A2Z सभी खबर सभी जिले कीUncategorizedअन्य खबरे

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତ୍ତର

BEAR ATTACK

ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ରାୟଗଡା – ଏହିଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କୋଲନରା ବ୍ଲକ ପାଇକପଡା ଗ୍ରାମ ନିକଟସ୍ଥ ପଙ୍ଗୋଲି ଯିବା ରାସ୍ତାରେ ୨ଟି ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତ୍ତର ହୋଇଥିବା ଜଣାପଡିଛି । ଗୁରୁତ୍ତର ହୋଇଥିବା ବୃଦ୍ଧ ଜଣକ ହେଲେ ପାଇକପଡ଼ା ଗ୍ରାମର ୭୦ ବର୍ଷିୟ କାନ୍ଦୁରୁ ପ୍ରାସ୍କା । ସୂଚନାରୁ ଜଣାପଡିଛି ଆଜି ସକାଳୁ ପ୍ରାୟ ୭ଟା ସମୟରେ କାନ୍ଦୁରୁ ନିଜ କୁଡିଆକୁ ଯିବା ସମୟରେ ଭାଲୁ ସହ ମୁହାଁମୁହିଁ ହୋଇଥିଲେ । ସେ ଯିବା ରାସ୍ତାରେ ଦୁଇଟି ଭାଲୁ ନିକଟସ୍ଥ ଜଙ୍ଗଲରେ ଫଳିଥିବା କଣ୍ଟେଇକୋଳୀ ଖାଉଥିଲେ ଏହି ସମୟରେ କାନ୍ଦୁରୁଙ୍କୁ ଦେଖି କଣ୍ଟେଇକୋଳୀ ଖାଉଥିବା ୨ଟି ଭାଲୁ ଆସି ଆକ୍ରମଣ କରି ତାଙ୍କୁ ଆକ୍ରମଣ କରିଥିଲେ। ଗରୁତ୍ତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ପ୍ରଥମେ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କ ଅବସ୍ଥା ଗୁରୁତ୍ତର ରହିଥିବାରୁ ଡାକ୍ତର ଅଧିକା ଚିକିତ୍ସା କରିବା ପାଇଁ ପରାମର୍ଶ ଦେଇଥିଲେ ତତ୍ ପରେ ତାଙ୍କୁ ବିଷମକଟକ ସ୍ଥିତ ଖ୍ରିଷ୍ଟିଆନ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିବା ତାଙ୍କ ପୁଅ ଜଗନ୍ନାଥ ପ୍ରାସ୍କା ପ୍ରକାଶ କରିଛନ୍ତି ।

Related Articles
Show More
Back to top button
error: Content is protected !!